July 26, 2026

Now Odisha

Now Odisha

ବଡ଼ ଖବର: ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପ୍ରହଲାଦ ଜୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ

Spread the love

ବଡ଼ ଘୋଷଣା। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ନୂଆ ଶିକ୍ଷାମନ୍ତ୍ରୀ ଘୋଷଣା କରାଯାଇଛି। କ୍ୟାବିନେଟ ମନ୍ତ୍ରୀ ପ୍ରହଲାଦ ଜୋଶୀଙ୍କୁ ତାଙ୍କର ବର୍ତ୍ତମାନର ବିଭାଗ ସହିତ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ପରୀକ୍ଷା ପେପର ଲିକ୍‌କୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନ ଚାପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ପରେ ରାଷ୍ଟ୍ରପତି ଭବନ ପକ୍ଷରୁ ଆଜି ସଂଧ୍ୟାରେ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇ ପ୍ରହଲାଦ ଯୋଶୀଙ୍କ ନିଯୁକ୍ତି ସମ୍ପର୍କରେ ନିଶ୍ଚିତ କରାଯାଇଛି। ପ୍ରହଲାଦ ଯୋଶୀ ବର୍ତ୍ତମାନ କେନ୍ଦ୍ରୀୟ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ, ପେପର ଲିକ ବିବାଦକୁ ନେଇ ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ଚାପରେ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ସେ ନିଜ ଇସ୍ତଫାପତ୍ରରେ ଲେଖିଥିଲେ, “ଚାରି ଦଶନ୍ଧିରୁ ଅଧିକ ସମୟ ଧରି ମୁଁ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାଗତ ସୁଧାର ପାଇଁ ନିଜକୁ ସମର୍ପିତ କରିଆସିଛି। ମୋର ସଦାସର୍ୱଦା ବିଶ୍ୱାସ ରହିଛି ଯେ ଏକ ମଜବୁତ, ସମାବେଶୀ ଓ ଦୂରଦୃଷ୍ଟିସମ୍ପନ୍ନ ଶିକ୍ଷା ବ୍ୟବସ୍ଥା ହିଁ ଏକ ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ।”

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କିଛି ଘଣ୍ଟା ପରେ, CJP ର ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା, କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ସହ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ସରକାର ସେମାନଙ୍କ ଦାବି ପୂରଣ କରିବାକୁ ଆଶ୍ୱାସନା ଦେବା ପରେ ସେମାନେ “ସଦ୍ଭାବନା ପୂର୍ୱକ” ଆନ୍ଦୋଳନ ଶେଷ କରିଛନ୍ତି।

error: Content is protected !!