ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।
ଗ୍ରାମବାସୀ ଅଙ୍ଗନୱାଡି କର୍ମୀଙ୍କୁ ବିରୋଧ କରିବା ସହ ଅନ୍ୟତ୍ର ବଦଳି କରିବାକୁ ଦାବିରେ ସ୍ଥାନୀୟ ଏକ ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ବାଉଁଶ ପୋତି ରାସ୍ତା ଅବରୋଧ କରିବା ସହ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ।
ଏହି ଘଟଣା ଥାନାରେ ପହଞ୍ଚି ଥିବାବେଳେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏଥିପ୍ରତି ଅବଗତ ଅଛନ୍ତି। ମାତ୍ର ସମସ୍ୟାର ସମାଧାନ ପାଇଁ କେହି ବାଟ ଫିଟାଇ ପାରି ନାହାଁନ୍ତି। ଅନ୍ୟପକ୍ଷେ କେନ୍ଦ୍ରର ସମସ୍ତ ଶିଶୁ ପ୍ରାୟ ୧୫ଦିନରୁ ଊର୍ଦ୍ଧ୍ୱ ହେବ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…