ଆନନ୍ଦପୁର ରିଙ୍ଗ୍ ରୋଡ଼ରେ ସୃଷ୍ଟି ହୋଇଥିବା ବଡ଼ ଘାଇରେ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିବା ଏର୍ଟିଗା କାର୍ର ନିଖୋଜ ଚାଳକ ସଦାଶିବ ମହାନ୍ତିଙ୍କ ମୃତଦେହ ପ୍ରାୟ ୩୦ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳଙ୍କ ଦୀର୍ଘ ସମୟର ଖୋଜାଖୋଜି ପରେ ମୃତଦେହ ଠାବ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଲଗାଣ ବର୍ଷା ଯୋଗୁ ରିଙ୍ଗ୍ ରୋଡ଼ରେ ପ୍ରାୟ ୫୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଏହି ସମୟରେ ଏର୍ଟିଗା କାର୍ଟି ପ୍ରବଳ ସ୍ରୋତରେ ଭାସିଯାଇଥିବାବେଳେ ଚାଳକ ସଦାଶିବ ମହାନ୍ତି ନିଖୋଜ ହୋଇଯାଇଥିଲେ। ଘଟଣା ପରଠାରୁ ଅଗ୍ନିଶମ ବିଭାଗ, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଲଗାତାର ଉଦ୍ଧାର କାର୍ଯ୍ୟ ଚାଲିଥିଲା।
ଦୀର୍ଘ ୩୦ ଘଣ୍ଟାର ତଲାସି ପରେ ଆଜି ସଦାଶିବ ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

More Stories
ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ
ହତ୍ୟା କରିବା ପରେ ବାଇକ୍ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ
୧୯ରେ ଲଘୁଚାପ, ଶୁକ୍ରବାରଠାରୁ ବଢ଼ିବ ବର୍ଷା: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍ଡି ଡିଜି କହିଲେ…