କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ ସାଜିଛି । ପ୍ରେମିକାକୁ ପାଇବା ପାଇଁ ଯୁବକ ଜଣକ ଏକ ନିର୍ମାଣଧୀନ ଜଗନ୍ନାଥ ମନ୍ଦିର ଉପରକୁ ଚଢିଯାଇଥିଲେ ।
ସେଠାରେ ପ୍ରେମିକାକୁ ପାଇବା ପାଇଁ ଏକ ସର୍ତ୍ତ ରଖିଥିଲେ । ଯୁବତୀଙ୍କୁ ଏଠାକୁ ଆଣ, ବିବାହ କରିବା ପରେ ତଳକୁ ଓହ୍ଲାଇବି ବୋଲି କହିଥିଲେ । ପରିବାର ଲୋକେ ବୁଝାସୁଝା କରିଥିଲେ ହେଁ ତଳକୁ ଓହ୍ଲାଇନଥିଲେ । ଯୁବତୀ ନଆସିଲେ ତଳକୁ ଡେଇଁ ପଡିବି ବୋଲି ଧମକ ଦେଇଥିଲେ । ଖବରପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ତାଙ୍କୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ ହେଁ ନାକେଦମ ହୋଇଯାଇଥିଲେ । ଯୁବକଙ୍କ ଘର ସ୍ଥାନୀୟ କାଳିଆଦୁମା ଗ୍ରାମରେ ବୋଲି ଜଣାପଡିଛି ।
ଖବର ଅନୁସାରେ, ସେ ତାଙ୍କ ଗ୍ରାମ ନିକଟ କାଣ୍ଡବାରିସି ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ନିକଟରେ ସେମାନେ କୁଆଡେ ଫେରାର ହୋଇଯାଇଥିଲେ । ତେବେ ଉଭୟ ପରିବାର ଲୋକ ସେମାନଙ୍କୁ ବୁଝାସୁଝା କରି ଘରକୁ ଆଣିଥିଲେ । ପରେ ଯୁବତୀଙ୍କୁ ପରିବାର ଲୋକ ଅଲଗା ସ୍ଥାନରେ ରଖିଥିଲେ ଏବଂ ଭେଟ ହେବାକୁ ଦେଇନଥିଲେ । ଏଣୁ ଯୁବକ କ୍ଷୁବ୍ଧ ହୋଇ ଏଭଳି ନିଷ୍ପତ୍ତି ନେଇଥିଲଲେ । ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ଯୁବକ ଜଣଙ୍କ ଉକ୍ତ ମନ୍ଦିର ଉପରେ ଚଢିଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ।
ପାଖାପାଖି ୪.୩୦ ରେପୋଲିସ ଓ ଅଗ୍ନିଶମ ବାହିନୀ ଉପରକୁ ଯାଇ ବୁଝାସୁଝା କରି ତଳକୁ ଓହ୍ଲାଇଥିଲେ । ଏନେଇ ହରିଚନ୍ଦନପୁର ଥାନା ଅଧିକାରିଣୀ ମିତାଲି ବିଶ୍ୱାଳ କହିଛନ୍ତି ଯେ ଉପରକୁ ଚଢିଯାଇଥିବା ଯୁବକଙ୍କୁ ଉଦ୍ଧାର କରାଯାଇଛି

More Stories
ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ
ହତ୍ୟା କରିବା ପରେ ବାଇକ୍ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ
୧୯ରେ ଲଘୁଚାପ, ଶୁକ୍ରବାରଠାରୁ ବଢ଼ିବ ବର୍ଷା: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍ଡି ଡିଜି କହିଲେ…