ବିଭିନ୍ନ ଧମକ ଚମକ ଦେଇ ଜନୈକା ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦେବଗଡ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ରିଆମାଳ ଥାନା ଅନ୍ତର୍ଗତ ଜାମୁନାଳି ଗ୍ରାମର ଗଣେଶ୍ୱର ବାଘଙ୍କ ପୁଅ ମନୁ ବାଘ (୩୦) ବୋଲି ଜଣାପଡିଛି । ଅଭିଯୋଗ ଅନୁଯାୟୀ ଦେବଗଡ ଥାନା ଅଂଚଳରେ ବିବାହ କରିଥିବା ଉକ୍ତ ମହିଳା ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ସମୟରୁ ମନୁ ପ୍ରେମ ସମ୍ପର୍କ ସ୍ଥାପନ ପାଇଁ ବାରମ୍ବାର ଚେଷ୍ଟା କରୁଥିଲା । ଏପିରିକି ବିବାହ ପରେ ମଧ୍ୟ ମନୁ ମହିଳାଙ୍କ ପିଛା ଛାଡିନଥିଲା । ତାଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ବାରମ୍ବାର ଫୋନ କରି ମୋ ସହିତ ଶାରୀରିକ ସମ୍ପର୍କ ସ୍ଥାପନ ନକଲେ ସ୍ବାମୀକୁ ମାରିଦେବି ବୋଲି ଧମକ ଦେଉଥିଲେ । ଗୋଟିଏ ଦିନ ମହିଳାଙ୍କ ସ୍ବାମୀ ଘରେ ନଥିବା ଜାଣି ମନୁ ଘରୁ ନିକଟକୁ ଆସି ଭେଟ କରିବା ପାଇଁ ଚାପ ପ୍ରୟୋଗ କରିଥିଲା । ମହିଳା ଜଣକ ବାଧ୍ୟ ହୋଇ ମନୁକୁ ସାକ୍ଷାତ କରିବା ପାଇଁ ଆସିଥିବା ବେଳେ ତାଙ୍କ ଅନିଚ୍ଛା ସତ୍ତ୍ୱେ ବଳାତ୍କାର କରି ଆପତ୍ତିଜନକ ଫଟୋ ଉଠାଇଥିଲେ। ପରେ ଆପତ୍ତିଜନକ ଫଟୋ ଭାଇରାଲ କରିବାର ଧମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଧମକ ଦେଇ ଆସୁଥିଲେ । ଶେଷରେ ମହିଳା ଜଣକ ନିଜ ସ୍ବାମୀଙ୍କୁ ଘଟଣା ବିଷୟରେ ଜଣାଇ ଗତ ଜୁନ ମାସ ୨୧ ତାରିଖ ଦେବଗଡ ଥାନାରେ ମନୁ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଦେବଗଡ ଥାନାରେ ପୋଲିସ ବିଏନଏସର ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ମନୁଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଜାମିନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

More Stories
ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ
ରିଙ୍ଗ୍ ରୋଡ଼ ଘାଇରେ ଭାସିଯାଇଥିଲେ କାର୍ ଚାଳକ ସଦାଶିବ: ୩୦ ଘଣ୍ଟା ପରେ ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା