ନୟାଗଡ଼ : ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଅଭିଯୋଗରେ ଉତ୍ତେଜନା ପ୍ରକାଶ ପାଇଛି । ଡାକ୍ତରଙ୍କ ଚିକିତ୍ସା ଅବହେଳା ଅଭିଯୋଗରେ ସମ୍ପର୍କୀୟ -ପୁଲିସ୍ ମୁହାଁମୁହିଁ ହୋଇଛନ୍ତି । ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଉତରାପୁର ଗାଁର ଜିତେନ୍ଦ୍ର ଦଳେଇଙ୍କ ଅଢ଼େଇ ମାସର ଶିଶୁ ଅନ୍ୟତ୍ର ପୋଲିଓ ଟିକା ନେବା ପରେ ଅସୁସ୍ଥ ହୋଇପଡିଥିଲା। ବୁଧବାର ରାତିରେ ସଂପର୍କୀୟମାନେ ତାକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ହେଲେ ଶିଶୁଟି ସୁସ୍ଥ ଅଛି କହି ଡାକ୍ତର ଫେରାଇ ଦେଇଥିଲେ । ପରଦିନ ସକାଳେ ଶିଶୁଟି ଅସୁସ୍ଥ ହୋଇପଡିଥିଲା। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ସେପଟେ ଏହାର ପ୍ରତିବାଦରେ ଶିଶୁର ସମ୍ପର୍କିୟ ମାନେ ମେଡିକାଲ ଗେଟରେ ତାଲା ପକାଇ ପ୍ରତିବାଦ କରିଥିଲେ। ପୁଲିସ୍ ଏବଂ ପରିବାର ଳୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଉପୁଜିଥିଲା। ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି ।
Post Views: 10
More Stories
ପୋଖରୀରେ ପଡି ଶିଶୁ ମୃତ |
ଏଲପିଜି ନିୟନ୍ତ୍ରଣ ଆଦେଶ ପିଏନଜି ସଂଯୋଗ ଥିବା ଉପଭୋକ୍ତାଙ୍କ ଦ୍ୱାରା ଏଲପିଜି ସଂଯୋଗ ତ୍ୟାଗକୁ ବାଧ୍ୟତାମୂଳକ କରିଛି |
ଘୂର୍ଣ୍ଣିଝଡ଼ ତାଣ୍ଡବ: ୨ ମୃତ |