January 25, 2026

Now Odisha

Now Odisha

ବାୟୁସେନାକୁ ମିଳିବ ୯୭ ଯୁଦ୍ଧ ବିମାନ, ହାଲ ସହ ୬୨ ହଜାର କୋଟିର ଚୁକ୍ତି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ…

Spread the love

—ଭାରତୀୟ ବାୟୁସେନାକୁ ମିଳିବ ୯୭ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ବା ଲଢ଼ୁଆ ବିମାନ। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ହାଲ) ସହିତ ୬୨ ହଜାର ୩୭୦ କୋଟି ଟଙ୍କାର ଚୁକ୍ତି ସ୍ଵାକ୍ଷର କରାଯାଇଛି। ୨୦୨୭-୨୮ ମଧ୍ୟରେ ହାଲ୍ ପକ୍ଷରୁ ଯୁଦ୍ଧ ବିମାନ ଯୋଗାଣ ଆରମ୍ଭ ହେବ। ୬ ବର୍ଷ ମଧ୍ୟରେ ସମସ୍ତ ଯୁଦ୍ଧ ବିମାନ ନିର୍ମାଣ କରାଯାଇ ବାୟୁସେନାକୁ ହସ୍ତାନ୍ତର କରାଯିବ।
ବିମାନ ନିର୍ମାଣରେ ୬୪ ପ୍ରତିଶତ ସ୍ଵଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବ। ଯୁଦ୍ଧ ବିମାନ ସହିତ ଏହାର ୬୭ ପ୍ରକାର ଉପକରଣ ମଧ୍ୟ ହାଲ ଯୋଗାଇଦେବ। ଉତ୍ତମ ଆକ୍ଟିଭ ଇଲେକଟ୍ରୋନିକାଲି ସ୍କାନ୍‌ଡ ଆରେ(ଏଇଏସଏ) ରାଡାର, ସ୍ଵୟଂ ରକ୍ଷା କବଚ ଏବଂ କଂଟ୍ରୋଲ ସର୍ଫେସ ଆକ୍ୟୁଏଟର୍ସ ଭଳି ଅଗ୍ରଣୀ ସ୍ଵଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବ। ହାଲ୍‌ ସହିତ ସରକାରଙ୍କର ଏହା ସବୁଠୁ ବଡ଼ ଚୁକ୍ତି ବୋଲି କୁହାଯାଇଛି।

error: Content is protected !!