January 25, 2026

Now Odisha

Now Odisha

 କାଠମାଣ୍ଡୁ,୧୯।୯: ନେପାଳରେ ଏବେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ସୁଶୀଳା କାର୍କି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ହୋଇଛନ୍ତି। Gen Z ଆନ୍ଦୋଳନ ପରେ ନେପାଳର ପରିସ୍ଥିତି...

 ଭୁବନେଶ୍ୱର,୧୮ା୯: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର କେନ୍ଦ୍ର ଗୁରୁବାର ଓଡ଼ିଶାରେ ଆଗାମୀ ପାଞ୍ଚ ଦିନି ବର୍ଷା ହେବା ନେଇ ୟେଲୋ ଚେତାବନୀ ଜାରି କରିଛି। ସେପ୍ଟେମ୍ବର...

 ଭୁବନେଶ୍ୱର, ୧୮।୯: ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଛି କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ବାଚସ୍ପତିଙ୍କୁ ଚିଠି ଦେଇଛି । ପ୍ରସ୍ତାବ ସପକ୍ଷରେ ୧୫...

--- ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବିଏସଏସ ନଗରରେ ଥିବା ଏକ ପୁରାତନ ଇଂରାଜୀ ମିଡିୟମ ସ୍କୁଲ ପରିସର ନିକଟରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି...

ଆସନ୍ତା ୨୩ ତାରିଖରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର। ଯଦି ୨୩ରେ ଏହି କାର୍ଯ୍ୟ ନସରିବ, ତା’ହେଲେ ୨୪ ତାରିଖରେ ଏହାକୁ ସଂପୂର୍ଣ୍ଣ କରାଯିବ। ରତ୍ନଭଣ୍ଡାର...

କଳେବଳେ କୌଶଳେ ଆଗ ସରକାରୀ ଜାଗା ମାଡ଼ିବସି ସାମ୍ରାଜ୍ୟ ବିସ୍ତାର କର। ତା’ପରେ ଉପରେ ଫଳେପୁଷ୍ପେ ସନ୍ତୁଷ୍ଟ କରି ମାଡ଼ିବସିଥିବା ଜମିକୁ ଲିଗାଲାଇଜ୍ କରିନିଅ। କୁହାଯାଉଛି, ଇଏ କୁଆଡ଼େ ସରକାରୀ ଜମି ଜବରଦଖଲର ‘ପ୍ରଭାବଶାଳୀ’ ଫଣ୍ଡା! କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଶୈଳୀ ବି ଏମିତି କିଛି। ଏହାର ଅନେକ ଉଦାହରଣରୁ ଏଠାରେ ଗୋଟିକର ଉପସ୍ଥାପନା କରାଯାଉଛି। ଭୁବନେଶ୍ୱର ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ୪ଟି ପ୍ଲଟ- N/57, N/58, N/59 ଓ N-59/1 ଉପରେ ନିର୍ମାଣାଧୀନ ରହିଛି ଏକ ବିରାଟ କୋଠା। ଏହି ଜମିର ମୂଳ ମାଲିକ ହେଉଛି ଇଡକୋ। ଇଡକୋ ୱେବସାଇଟରୁ ଜଣାପଡୁଛି ଯେ ଏହି ୪ଟି ପ୍ଲଟର ଆକାର ହେଉଛି ୦.୮୨୧ ଏକର ବା ପ୍ରାୟ ୧ ଏକର। ଏଠାରେ ଏକ ସଫ୍ଟୱେୟର ଡେଭଲପମେଣ୍ଟ ୟୁନିଟ୍ ବସାଇବାକୁ ୨୦୧୧ ମସିହାରେ ଜମି ନେଇଥିଲା ପୁନେର ଏକ କମ୍ପାନି- ‘ଆଲାଏନ୍ସ କମ୍ପ୍ୟୁଟର ଟେଲିଫୋନି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ’। ସେହି ଫାର୍ମ ସେତେବେଳେ ମାତ୍ର ୨୦ ଲକ୍ଷ ୫୨ ହଜାର ଟଙ୍କା ଦେଇ ଲିଜ୍‌ ନେଇଥିଲା। ହେଲେ ଏବେ ଆଉ ଏହା କାର୍ଯ୍ୟ କରୁନାହିଁ ବୋଲି ୱେବସାଇଟରେ ଦର୍ଶାଯାଇଛି। ମାତ୍ର ସେଇ ଜମିରେ କିଟ୍ ନିଜର ବିଲ୍ଡିଂ କରୁଛି, ଯେଉଁଥିରେ ଏକ ଅଡିଟୋରିୟମ ବି ରହିଛି। ଇଡକୋର ବିଭାଗୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କିଟ୍ ଏପର୍ଯ୍ୟନ୍ତ ଏହି ଜମି ନିଜ ନାମକୁ ଟ୍ରାନ୍‌ସଫର କରିବାକୁ ଇଡକୋର ଅନୁମତି ନେଇନାହିଁ। ଅପରପକ୍ଷେ କାମ ଚାଲୁଥିବା ସ୍ଥଳରେ ରାଜମିସ୍ତ୍ରୀ, ସୁରକ୍ଷାକର୍ମୀ ମଧ୍ୟ ନିର୍ମାଣାଧୀନ ଏହି କୋଠା କିଟ୍‌ର ବୋଲି ସ୍ପଷ୍ଟ କରିଛନ୍ତି। ଇଡକୋ ସାଇଟ୍‌କୁ ଗଲେ କିଟ୍ ଇତିମଧ୍ୟରେ ଇଡକୋରୁ ୨୭ ଥରରେ ପ୍ରାୟ ୮୪ ଏକର ସରକାରୀ ଜମି ଲିଜ୍‌ରେ ନେଇଥିବା ସ୍ପଷ୍ଟ ହୋଇଛି। ତେବେ ଆଲାଏନ୍ସ କମ୍ପ୍ୟୁଟର ଟେଲିଫୋନିର ଏହି ଜମିଟି ଏପର୍ଯ୍ୟନ୍ତ କିଟ୍ ନାମରେ ହୋଇପାରିନାହିଁ। କିଟ୍ ପୂର୍ବରୁ ଅନ୍ୟ କେତେକ ଶିଳ୍ପ ସଂସ୍ଥା ଭଳି ୧୬.୯୨ ଏକର ଇଡକୋ ଜମି ମାଡ଼ି ବସିଥିବାରୁ ତା’ର ଆବେଦନ ଗ୍ରହଣ ନ କରିବାକୁ IDCO ୨୦୦୪ରେ ନିଷ୍ପତ୍ତି ନେଇଥିଲା। ଜବରଦଖଲକାରୀଙ୍କ ଆବେଦନକୁ ନିୟମିତ କରିବା ପାଇଁ ବିଚାରକୁ ନ ନେବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ୨୦୧୧ ମସିହାରେ କିଟ୍ ଇଡକୋଠାରୁ ପ୍ରାୟ ୧୪ ଏକର ଜମି ବିଭିନ୍ନ ଶିଳ୍ପ ସଂସ୍ଥାଠାରୁ ଟ୍ରାନସଫର କରି ନେଇଥିଲା।୨୦୧୪ରେ ସିଏଜି ଏଭଳି ଜବରଦଖଲ ବା ଅନିୟମିତତାକୁ ନିୟମିତ କରିବା ନେଇ ଆପତ୍ତି ଉଠାଇବା ସହ କିଟକୁ ବେଞ୍ଚମାର୍କ୍ ଭାଲ୍ୟୁଠାରୁ କମ୍ ରେଟରେ ଜମି ଦେଇ ଅଯଥା ୬୬.୨୫ କୋଟି ଟଙ୍କା ଫାଇଦା ଦିଆଯାଇଛି ବୋଲି ଦର୍ଶାଇଥିଲେ। କେବଳ ସେତିକି ନୁହେଁ, ଜିଏ ବା ସାଧାରଣ ପ୍ରଶାସନ ବିଭାଗରୁ ବି କିଟ୍ ପ୍ରାୟ ୧୧ ଏକର ଜମିକୁ ମାଡ଼ି ବସି ପରେ ତାକୁ ନିୟମିତ କରିନେବା ୨୦୧୩ରେ ଆରଟିଆଇ ଉତ୍ତରରୁ ଜଣାପଡ଼ିଥିଲା। କିସ୍ ପାଇଁ ପଥରଗାଡ଼ିଆ ଅଂଚଳରେ ୧୦ ଏକର ଜଙ୍ଗଲ ଜମି ମାଡ଼ି ବସି ତାକୁ ବି ପରେ ନିୟମିତ କରିବାରେ ସଫଳ ହୋଇଥିଲା। ଏଥିରୁ ଜଣାପଡ଼ୁଛି, ଆଇନ କେବଳ ସାଧାରଣ ଲୋକଙ୍କ ପାଇଁ ରହିଛି। ପ୍ରଭାବଶାଳୀଙ୍କ ପାଖରେ ମୋଡ଼ି ମକଚି ଯାଉଛି। 

 ---ବଲାଙ୍ଗୀର ଜିଲାରେ ହଇଚଇ ସୃଷ୍ଟି କରିଥିବା ନକଲି ଜାଲ ସାର୍ଟିଫିକେଟ୍‌ ନେଇ ପୁଣି ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଦୁଇଦିନ ହେଲା କ୍ରାଇମବ୍ରାଞ୍ଚ ବଲାଙ୍ଗୀର ଜିଲାରେ ଡେରା...

ଆସନ୍ତା ୨୩ ତାରିଖରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର। ଯଦି ୨୩ରେ ଏହି କାର୍ଯ୍ୟ ନସରିବ, ତା’ହେଲେ ୨୪ ତାରିଖରେ ଏହାକୁ ସଂପୂର୍ଣ୍ଣ କରାଯିବ। ରତ୍ନଭଣ୍ଡାର ସବ୍‌କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି,ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହୋଇଛି। ଭିତର ରତ୍ନଭଣ୍ଡାରର ଅଳଙ୍କାର ଖଟଶେଜ ଘରେ,ବାହାର ରତ୍ନଭଣ୍ଡାରର ଅଳଙ୍କାର ଫୁଲ ଘରେ ଓ ଚାଙ୍ଗଡ଼ା ଘରେ ଅଛି। ସେପ୍ଟେମ୍ବର ୨୩ ତାରିଖ (ମଙ୍ଗଳବାର) ଅମୃତ ବେଳାରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର। ଭୋର ୪ଟାରୁ ଦ୍ୱାରଫିଟା ହେବ। ତା’ପରେ ଅମୃତ ବେଳା ସମୟ ଅନୁସାରେ ସ୍ଥାନାନ୍ତର ଆରମ୍ଭ ହେବ। ସେପ୍ଟେମ୍ବର 23 ସକାଳ ୭ଟା ୧୭ରୁ ଦିନ ୧୧ଟା ୧୭ ମଧ୍ୟରେ ଅମୃତବେଳା ରହିଛି। କେବଳ ପାଳିଆ ସେବକ ସ୍ଥାନାନ୍ତର ସମୟରେ ରହିବେ। ସ୍ଥାନାନ୍ତରଣ ପ୍ରକ୍ରିୟାର ଏକଘଣ୍ଟା ପୂର୍ବରୁ ଶ୍ରୀମନ୍ଦିର ସୋଧ ହେବ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି, ସେପ୍ଟେମ୍ବର ୨୩ ତାରିଖରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିବ। ନାଟମଣ୍ଡପ ସମ୍ପୂର୍ଣ୍ଣ ବନ୍ଦ ରହିବ। ନୀତିକାନ୍ତି ଉପରେ କୌଣସି ପ୍ରଭାବ ପଡ଼ିବନାହିଁ। ସେହିଦିନ ଉଭୟ ଭିତର ଓ ବାହାର ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ହେବ। ମୂଳ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ତାଲା ପଡ଼ିବ ଓ ଚାବି ଟ୍ରେଜେରୀରେ ରହିବ। ଯଦି ୨୩ ତାରିଖରେ ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ ଶେଷ ନହେବ, ତା’ହେଲେ ୨୪ ତାରିଖରେ ପୁର୍ନବାର ସ୍ଥାନାନ୍ତର କାର୍ଯ୍ୟ କରାଯିବ।ରତ୍ନ ଅଳଙ୍କାର ଗଣତିମଣତି ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପରିଚାଳନା କମିଟି ଗଣତିମଣତି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ୧୯୭୮ ମସିହା ରତ୍ନ ଅଳଙ୍କାର ତାଲିକା ସହ ମେଳକ କରାଯିବ।

ଗୋପାଳପୁର: ପୁରୁଣା ସୁନାକୁ ଅଧାଦରରେ ବିକ୍ରି କରିବାକୁ କହି ବ୍ରହ୍ମପୁରର ଜୈନିକ ବ୍ୟକ୍ତିଙ୍କଠାରୁ ୧୫ ଲକ୍ଷ ଟଙ୍କା ଧରି ଜଣେ ଠକ ଚମ୍ପଟ ମାରିଛି। ଠକେଇ ଶିକାର...

error: Content is protected !!