July 29, 2026

Now Odisha

Now Odisha

now odisha

କେରଳ ହାଇକୋର୍ଟ ମୁସଲମାନମାନଙ୍କ ମଧ୍ୟରେ ବହୁବିବାହ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋରାନର ଶ୍ଳୋକକୁ ଉଦ୍ଧୃତ କରି ହାଇକୋର୍ଟ କହିଛନ୍ତି ଯେ ମୁସଲିମ ବ୍ୟକ୍ତିଗତ ଆଇନ...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ-୧ବି ଭିସା ଫି’କୁ ବୃଦ୍ଧି କରିଛନ୍ତି। ଏଣିକି ଆମେରିକାରେ କାମ କରିବା ପାଇଁ ଆବଶ୍ୟକ ଏଚ୍-୧ବି ଭିସା ପାଇଁ ୧ ଲକ୍ଷ...

ଜମ୍ମୁ-କଶ୍ମୀରର ଉଧମପୁରରେ ବଡ଼ ଏନକାଉଣ୍ଟର। ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ସେହିପରି ୩ରୁ ୪ ଜଣ ଜୈଶ-ଇ-ମହମ୍ମଦର ଆତଙ୍କବାଦୀ...

 ମୃତ୍ୟୁ ପରେ କିଏ ବଞ୍ଚେ? ଏହା କେବଳ ଫିଲ୍ମର କାହାଣୀରେ ଘଟିଥାଏ। ମାତ୍ର ବାସ୍ତବ ଜୀବନରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ଘଟିଛି। ତାହା ପୁଣି ଥରେ...

ପରଜଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ( ଫଟୋ) —————————————- ପରଜଙ୍ଗ — ଗତ ବୁଧବାର ଦିନ ଦେଶର ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମତିଥି ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଏକ ପେଡ ମା ” କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୧୮୧ ଟି ସରକାରୀ ବେସରକାରୀ ସ୍କୁଲ କଲେଜ ସମେତ ଅନ୍ୟ ସମସ୍ତ ଅନୁଷ୍ଠାନ ମାନଙ୍କରେ ୯୫୮୩ ଟି ଗଛ ରୋପଣ କରାଯାଇଥିବା ବ୍ଲକ ଶିକ୍ଷାଧିକାରିଣୀ ପ୍ରିୟଦର୍ଶିନୀ ନାୟକ ସୂଚନା ଦେଇଛନ୍ତି । ବିଇଓ ଶ୍ରୀମତୀ ନାୟକ ବ୍ଲକର ଅଭିମନ୍ୟୁପୁର ଆମ୍ବପଳାସ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗସ୍ତରେ ଯାଇ ସେଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ପଣ୍ଡାଙ୍କ ପୌରହିତ୍ୟରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସତ୍ୟବ୍ରତ ସାହୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ୨୯୦ ଗୋଟି ଗଛ ରୋପଣ କରାଯାଇଥିବା ଜଣାପଡିଛି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ବିମଳ କୁମାର ସେଠୀ , ନିଳେନ୍ଦ୍ରି ମହାପାତ୍ର , ବିଜୟ କୁମାର ମୁଦୁଲି , ଲିପି ମୁଦୁଲି , କଲ୍ୟାଣୀ ପରିଡା , ଜ୍ୟୋତିର୍ମୟୀ ସେନାପତି , ପ୍ରତିଙ୍କା ସାହୁ ,ଜିତେନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଆମେ ସମସ୍ତେ ଗୋଟିଏ ଗୋଟିଏ ମା ପାଇଁ ଗଛ ଲଗାଇ ଏହାର ଯତ୍ନ ନେବା ପରିବେଶକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବା , ପରିବେଶ ସ୍ବଚ୍ଛତା ରଖିବା ଉପରେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଶପଥ ଗ୍ରହଣ କରାଇଥିଲେ । ସେହିପରି ପରଜଙ୍ଗ ପିଏମଶ୍ରୀ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ନନ୍ଦଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ସ୍କୁଲ ପରିସରରେ ବିଭିନ୍ନ ପ୍ରକାରର ଗଛ ଲଗାଯାଇଥିଲା । ଗଡ଼ପରଜଙ୍ଗ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଜହ୍ନାପଡ଼ା ଗ୍ରାମ ନିକଟସ୍ଥ ପଡିଆ ମଧ୍ୟରେ ସରପଞ୍ଚ ଗାୟତ୍ରୀ ମହାପାତ୍ରଙ୍କ ତତ୍ବାବଧାନରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ , ତହସିଲଦାର ମନୋରଞ୍ଜନ ସାହୁ , ବ୍ଲକ ବିଡ଼ିଓ ସୌଭାଗ୍ୟ କୁମାର ବେହେରା , ପରଜଙ୍ଗ ଗ୍ରାମ୍ୟ କମିଟି ସଭାପତି ଶାନ୍ତନୁ କୁମାର ସାମଲ , ପଞ୍ଚାୟତ ସମିତି ସଭ୍ୟା ସୈଳେନ୍ଦ୍ରି ସେଠୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ସ୍ଵଂୟ ସହାୟିକା ଗୋଷ୍ଠୀର ସିଆରପି ଏମ୍ବିକେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।( ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ )

 ଭୁବନେଶ୍ୱର,୨୦।୯ --ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାଠାରେ ହେବାକୁ ଥିବା ‘ସେବା ପର୍ବ’ କାର୍ଯ୍ୟକ୍ରମରେ...

 ବରଗଡ଼,୨୦।୯:ରାଜ୍ୟରେ ନୂଆ ସରକାର ଆସିବାର ଦେଢବର୍ଷ ନ ପୂରୁଣୁ ବରଗଡ଼ କ୍ୟାନ୍‌ସର ହସ୍ପିଟାଲରେ ତାଲା ଝୁଲୁଛି। ଖୋଦ୍‌ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ...

ରାଜ୍ୟ ସରକାରଙ୍କ ସଂସ୍ଥା ‘ବୟନିକା’ରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ବୟନିକା ସଭାପତି ପ୍ରକାଶ ମେହେରଙ୍କ ବିରୁଦ୍ଧରେ କ୍ଷମତାର ଅପବ୍ୟବହାର, ସଂପର୍କୀୟଙ୍କୁ ଅନୈତିକ ଲାଭ ପ୍ରଦାନ ଓ କୋଟି କୋଟି ଟଙ୍କାର ଆର୍ଥିକ ହେରଫେରର ସଙ୍ଗୀନ ଅଭିଯୋଗ ଆଣିଛି ଓଡ଼ିଶା ବୁଣାକାର ମହାସଂଘ । ଶୁକ୍ରବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବୁଣାକାର ମହାସଂଘର ସଭାପତି ଶ୍ରୀଧର ବେହେରା, ସମ୍ପାଦକ ବିଜୟ ମେହେରଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଏହି ଅଭିଯୋଗ ଆଣିବା ସହ ରାଜ୍ୟର ବୁଣାକାରମାନଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଦାବି କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ବୁଣାକାର ମହାସଂଘର ସଭାପତି ଶ୍ରୀଧର ବେହେରା ଅଭିଯୋଗ କରିଛନ୍ତି ଯେ,  ବୟନିକାର ସଭାପତି ହେବାପରେ ପ୍ରକାଶ ମେହେର ନିଜ ଭାଇ ପ୍ରମୋଦ ମେହେର ଓ ତାଙ୍କ ସ୍ତ୍ରୀଙ୍କ ନାମରେ ପାଣ୍ଡରାପାଟ ଏସଏଚଜି ମାଧ୍ୟମରେ ବାହାର ରାଜ୍ୟରୁ ଶାଢ଼ୀ କମ୍ ମୂଲ୍ୟରେ କିଣି ବୟନିକାକୁ ଅଧିକ ମୂଲ୍ୟରେ ଯୋଗାଣ କରି ଲକ୍ଷ ଲକ୍ଷ ଟଙ୍କା ଅନୈତିକ ଭାବେ ହଡ଼ପ କରିଛନ୍ତି । ନିଜ ସଢ଼ୁ, ବଡ଼ବାପା ପୁଅ ଭାଇ ଓ ଅନ୍ୟ ସଂର୍ପକୀୟଙ୍କୁ ବୟନିକାରେ ପୁରାଇ କୋଟି କୋଟି ଟଙ୍କାର ଲୁଗା ଯୋଗାଣ କରି ମୋଟା ଅଙ୍କରେ ମୁନାଫା ଅର୍ଜନ କରାଯାଉଛି । ୨୦୨୪-୨୫ ମସିହାରେ ହୋଇଥିବା ଅନିୟମିତତା ସମ୍ପର୍କରେ ମଧ୍ୟ ଶ୍ରୀ ବେହେରା ସୂଚନା ଦେଇଥିଲେ ।ସେହିପରି ମହାସଂଘର ସଂପାଦକ ବିଜୟ ମେହେର କହିଛନ୍ତି, “ବୌଦ୍ଧ ଜିଲ୍ଲାର ମନମୁଣ୍ଡାରେ ସନ୍ତୋଷ ମେହେର ନାମକ ଜଣେ ବ୍ୟକ୍ତି ପୂର୍ବରୁ ନକଲି ପଲିଷ୍ଟର ଶାଢ଼ୀକୁ ପାଟଶାଢ଼ୀ (୨ ନମ୍ବର ପାଟଶାଢ଼ୀ ଭଳି ଦେଖାଯାଉଥିବା) ମୂଲ୍ୟରେ ବୟନିକାକୁ ଯୋଗାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିଲେ । କର୍ତ୍ତୃପକ୍ଷ ତାଙ୍କଠାରୁ ଲୁଗା ନ କିଣିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ପ୍ରକାଶ ମେହେର ନିଜ ସ୍ୱାର୍ଥ ପାଇଁ ପୁଣି ସେହି ବ୍ୟକ୍ତିଙ୍କଠାରୁ ଲୁଗା କିଣୁଛନ୍ତି । ଏହି ଯୋଗାଣରେ ୨୦୨୪-୨୫ ମସିହାରେ ୫୦ ଲକ୍ଷ ଟଙ୍କାରୁ ଅଧିକ ନକଲି ଶାଢ଼ୀ ଯୋଗାଣ ହୋଇଥିବା ପ୍ରମାଣ ଦର୍ଶାଯାଇଛି, ଯାହା ବୟନିକାର ଗୁଣବତ୍ତା ଓ ଖ୍ୟାତିକୁ କ୍ଷତି ପହଂଚାଇଛି ।ଶ୍ରୀଧର ବେହେରା ଆହୁରି କହିଛନ୍ତି, “ପରିଚାଳନା ପରିଷଦ ବୈଠକରେ ନିଷ୍ପତ୍ତିଗୁଡ଼ିକୁ ପ୍ରକାଶ ମେହେର ନିଜ ସୁବିଧା ଅନୁସାରେ ବଦଳାଉଛନ୍ତି । ଓଡ଼ିଶା ସମବାୟ ନିୟମ ଅନୁଯାୟୀ ସମସ୍ତ ପ୍ରସ୍ତାବ ସଭା ବହିରେ ଲିପିବଦ୍ଧ ହେବା ଆବଶ୍ୟକ, କିନ୍ତୁ ଧଳା କାଗଜରେ ପ୍ରସ୍ତାବ ଲେଖାଯାଇ ଅଠା ଦ୍ୱାରା ସଭା ବହିରେ ଲଗାଯାଉଛି । ଏହି ଅଭିଯୋଗରେ ୧୦ଟି ଉଦାହରଣ ଉପସ୍ଥାପନ କରାଯାଇଛି, ଯାହା ସମବାୟ ଆଇନର ସ୍ପଷ୍ଟ ଉଲ୍ଲଙ୍ଘନ ବୋଲି ଦର୍ଶାଯାଇଛି ।

ମା’କୁ ସମ୍ମାନର ସ୍ଲୋଗାନ ଦେଉଥିବା ବିଜେଡିରେ ମହିଳା ସୁରକ୍ଷିତ ନୁହଁନ୍ତି । ଦଳର ମୁଖପାତ୍ର ଓ ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କ ଚରିତ୍ର ସଂହାର କରୁଛି ଖୋଦ୍ ବିଜେଡି । ଦଳର କର୍ମୀମାନେ ଗଣମାଧ୍ୟମରେ ପ୍ରଭାବଶାଳୀ  ଢଙ୍ଗରେ ଶ୍ରୀମୟୀଙ୍କ ଚରିତ୍ର ସଂହାର କରୁଛନ୍ତି କି ନାହିଁ ତା’ର ମଧ୍ୟ ତଦାରଖ କରୁଛି ବିଜେଡି । ଦଳର ମିଡିଆ କୋଅର୍ଡିନେଟର ଲେନିନ୍ ମହାନ୍ତିଙ୍କ ଦ୍ୱାରା ଦଳୀୟ ପଦାଧିକାରୀ ଶ୍ରୀମୟୀ ମିଶ୍ରଙ୍କ ଚରିତ୍ର ସଂହାର ସଂକ୍ରାନ୍ତ ଭିଡିଓକୁ ‘ବିଜେଡିର ଏସପି’ ହ୍ୱାଟସଅପ୍ ଗ୍ରୁପରେ ଶେୟାର ହୋଇଛି । ଏହି ଗ୍ରୁପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ରଙ୍କଠୁ ଆରମ୍ଭ କରି ଦଳର କୋରଟିମ୍ ସଦସ୍ୟମାନେ ମଧ୍ୟ ରହିଛନ୍ତି ।ମହାଭାରତର ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ ଚରିତ୍ର, ପ୍ରକାଶ ଝା’ଙ୍କ ଓଟିଟି ୱେବସିରିଜ୍ ‘ଆଶ୍ରମ’ର ‘ଭଣ୍ଡ ସନ୍ୟାସୀ’ ଉପାଖ୍ୟାନ କଥା ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଶ୍ରୀମୟୀ ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ । ଶ୍ରୀମୟୀ କାହାରି ନାଁ ଉଲ୍ଲେଖ କରିନଥିଲେ ମଧ୍ୟ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ସୋସିଆଲ ମିଡିଆରେ ପୋଷ୍ଟରୁ ବିରତ ରହିବାକୁ ଚେତାବନୀ ଦେବା ସହ ପରୋକ୍ଷରେ ଧୃତରାଷ୍ଟ୍ର ଓ ଭଣ୍ଡ ସନ୍ୟାସୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଯଦିଓ ଶ୍ରୀମୟୀ ଗଣମାଧ୍ୟମରେ ପଦୁଟିଏ ବି ମୁହଁ ଖୋଲିନାହାନ୍ତି lମିଳିଥିବା ‘ବିଜେଡିର ଆନୁଷ୍ଠାନିକ ହ୍ୱାଟସଅପ ଗ୍ରୁପ୍‌’ ଚାର୍ଟରେ ଶ୍ରୀମୟୀଙ୍କ ଚରିତ୍ର ସଂହାର କରାଯାଉଥିବାର ପ୍ରମାଣ ମଧ୍ୟ ମିଳିଛି । ଦଳର ମିଡିଆ କୋଅର୍ଡିନେଟର ଲେନିନ୍ ମହାନ୍ତିଙ୍କ ଦ୍ୱାରା ଏହି ଗ୍ରୁପରେ ଦୁଇଟି ଏଭଳି ଭିଡିଓ ଶେୟାର କରାଯାଇଛି ଯେଉଁଥିରେ ଖୋଲାଖୋଲି ଭାବେ ଶ୍ରୀମୟୀଙ୍କ ଚରିତ୍ର ସଂହାର ହେଉଥିବା ଦେଖିବାକୁ ମିଳିଛି । ଏହି ଗ୍ରୁପରେ ଦଳର ଆଗଧାଡ଼ିର ନେତା ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ ସାହୁ, ପ୍ରତାପ ଦେବ, ପ୍ରତାପ ଜେନା, ପ୍ରମିଳା ମଲ୍ଲିକ, ସୁବାସ ସିଂ, ସୁଦାମ ମାର୍ଣ୍ଡି, ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ଚିନ୍ମୟ ସାହୁଙ୍କ ସମେତ ୪୦ରୁ ଅଧିକ ଆଗଧାଡ଼ିର ନେତା ମଧ୍ୟ ରହିଛନ୍ତି । ନବୀନଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ର ମଧ୍ୟ ଏହି ଗ୍ରୁପରେ ଅଛନ୍ତି । ତଥାପି ସୁଚିିନ୍ତିତ ଢଙ୍ଗରେ ଦଳର ଜଣେ ମହିଳା ପଦାଧିକାରୀଙ୍କ ଚରିତ୍ର ସଂହାର କରାଯାଉଥିଲେ ମଧ୍ୟ ଏହି ନେତାମାନେ ନିରବ ରହିବା ବିଜେଡିର ମା’କୁ ସମ୍ମାନର ସ୍ଲୋଗାନର ନଗ୍ନଚିତ୍ରକୁ ପଦାରେ ପକାଇ ଦେଇଛି ।

error: Content is protected !!