September 11, 2026

Now Odisha

Now Odisha

now odisha

ଆନ୍ତର୍ଜାତୀୟ ଡକ୍ଟରେଟ ଇନ ହ୍ୟୁମାନ ରାଇଟ ଆୱାର୍ଡ ଓ ଅଲ ଇଣ୍ଡିଆ କଞ୍ଜୁମର ୱେଲଫେଆର କାଉନସିଲ ପକ୍ଷରୁ ଭୁନେଶ୍ବରରେ ହେଉଥିବା ଜାତୀୟ ସଭା ରେ ସମ୍ବର୍ଦ୍ଧିତ କରା...

ଦିଲ୍ଲୀ ଏମ୍ସ ରୁ ନିଲମ୍ବିତ ହୋଇଛନ୍ତି ‌ଓଡ଼ିଆ ସର୍ଜନ ଡାକ୍ତର ଅକ୍ଷୟ କୁମାର ବିଷୋୟୀ। ସେ ଦିଲ୍ଲୀ ଏମ୍ସରେ କାର୍ଡିଓ ଥରୋସିସ ଓ ଭସ୍କୁଲାର ସର୍ଜରୀ ବା ସିଟିଭିଏସ୍‌ ବିଭାଗ ମୁଖ୍ୟ ରହିଥିଲେ। ଜଣେ ଅଭିଜ୍ଞ ଡାକ୍ତର ଭାବେ ପୂରା ଦେଶରେ ସେ ପରିଚିତ। କିନ୍ତୁ ଜଣେ ମହିଳା ନର୍ସିଂ ଅଫିସରଙ୍କୁ ନିର୍ଯାତନା ଓ ହଇରାଣ କରିବା ଅଭିଯୋଗରେ ତାଙ୍କ ଏମ୍ସ ପକ୍ଷରୁ ନିଲମ୍ବିତ କରାଯାଇଛି।ଏମ୍ସର ନର୍ସ ୟୁନିୟନ ଏକାଧିକ ଥର ଡାକ୍ତର ବିଷୋୟୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲା। ଏହି ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓରେ ପହଞ୍ଚିଥିଲା। ଏହାମଧ୍ୟରେ ଯୌନ ନିର୍ଯାତନା, ଅଭଦ୍ରା ଭାଷା ଓ କାର୍ଯ୍ୟାଳୟରେ ଭୟଭୀତ କରାଇବା ଭଳି ଅଭିଯୋଗ ରହିଥିଲା। ଡାକ୍ତର ବିଷୋୟୀଙ୍କ ବିରୋଧରେ ଅଭିଯୋଗ ପିଏମଓରେ ପହଞ୍ଚିବା ପରେ ଏମ୍ସ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଡାକ୍ତର ବିଷୋୟୀ ନିଲମ୍ବିତ ହୋଇଥିବାରୁ ସିଟିଭିଏସ୍‌ ବିଭାଗର ଦାୟିତ୍ୱ ବରିଷ୍ଠ ପ୍ରଫେସର ଡାକ୍ତର ଭି ଦେବଗୋଉରୋଉଙ୍କୁ ଦିଆଯାଇଛି। ସେ ତତ୍କାଳ ଭାବେ ବିଭାଗର ଦାୟିତ୍ୱ ନେଇଛନ୍ତି ଓ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ପଦରେ ରହିବେ। ଏନେଇ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଏମ ଶ୍ରୀନିବାସ ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛନ୍ତି।ଏହି ନିର୍ଦ୍ଦେଶରେ ଜଣେ ମହିଳା ନର୍ସିଂ ଅଫିସର ସେପ୍ଟେମ୍ବର ୩୦ରେ କରିଥିବା ଅଭିଯୋଗକୁ ଉଲ୍ଲେଖ କରାଯାଇଛି। ଏହାସହ ଏମ୍ସ ନର୍ସ ୟୁନିୟନ ପକ୍ଷରୁ ଉପସ୍ଥାପନ କରାଯାଇଥିବା କିଛି ତଥ୍ୟକୁ ଯୋଡ଼ା ଯାଇଛି। ସେପ୍ଟେମ୍ବର ୩୦, ଅକ୍ଟୋବର ୪ ଓ ଅକ୍ଟୋବର ୭ରେ ଏମ୍ସ ନର୍ସ ୟୁନିୟନ ପକ୍ଷରୁ ଡାକ୍ତର ଅକ୍ଷୟ କୁମାର ବିଷୋୟୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା।

ଷ୍ଟକହୋମ,୧୩।୧୦: ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ୨୦୨୫ ସ୍ବେରିଜେସ ରିକ୍ସବ୍ୟାଙ୍କ ପୁରସ୍କାର କିମ୍ବା ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା...

ଅଭିନେତାରୁ ନେତା ବନିଥିବା ବିଜୟଙ୍କ ରାଜନୀତିକ ଶୋଭାଯାତ୍ରାରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ। ତାମିଲନାଡୁ ର କରୁର ଠାରେ ସେପ୍ଟେମ୍ବର ୨୭ରେ ହୋଇଥିବା ଭୟଙ୍କର ଦଳାଚକଟା ଘଟଣାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।ବିଜୟଙ୍କ ରାଲିରେ ହୋଇଥିବା ଦଳଚକଟା ରେ ୪୧ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତାମିଲନାଡୁର କ୍ଷମତାସୀନ ଡିଏମକେ ସରକାର ଘଟଣାର ଏସଆଇଟି ତଦନ୍ତ କରୁଛନ୍ତି। ଏସଆଇଟି ଘଟଣାର ତଦନ୍ତ କରୁଥିବା ବେଳେ ବିଜୟଙ୍କ ଦଳ ଟିଭିକେର ଏକାଧିକ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ଏସବୁ ଭିତରେ ସର୍ବୋଚ୍ଚ ଅଦାଲତ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି ଏହି ଘଟଣା ନାଗରିକଙ୍କ ମୌଳିକ ଅଧିକାର ଉପରେ ପ୍ରଭାବ ପକାଇଛି ଓ ଏହା ଜାତୀୟ ଚେତନାକୁ ପୂରା ଦୋହଲାଇ ଦେଇଛି। ଏହାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ଆବଶ୍ୟକ। ଗଭୀର ତଦନ୍ତ ସମ୍ପର୍କରେ ଜାଣିବାର ଆବଶ୍ୟକତା ନାଗରିକଙ୍କ ଅଧିକାର ଓ ନିରପେକ୍ଷ ଯାଞ୍ଚ ପାଇଁ କୌଣସି ସନ୍ଦେହ ରହିବା କଥା ନୁହେଁ ବୋଲି କୋର୍ଟ କହିଛନ୍ତି।ସ୍ୱଚ୍ଛତା ବଜାୟୀ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ପୂର୍ବତନ ବିଚାଚରପତି ଜଷ୍ଟିସ ଅଜୟ ରସ୍ତୋଗୀଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ସିବିଆଇ ତଦନ୍ତ ଉପରେ ତୀକ୍ଷ୍ଣ ନଜର ରଖିବ। ଜଷ୍ଟିସ ରସ୍ତୋଗୀ କମିଟିରେ ସାମିଲ କରିବା ପାଇଁ ୨ ଜଣ ବରିଷ୍ଠ ଆଇପିଏସଙ୍କୁ ଚୟନ କରିବେ। ସେମାନଙ୍କ ପାହ୍ୟା ଆଇଜିରୁ କମ ହୋଇ ନଥିବ।

ସମ୍ବଲପୁର: ସମ୍ବଲପୁର ଦୁର୍ଗାପାଲି ଠାରେ ନିର୍ମିତ ରେଳବାଇ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାର ଅଭିଯୋଗ କରି ଆଇନଜୀବୀ ପ୍ରଶାନ୍ତ ପାଢ଼ୀ ଗତ ମାସ...

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍‍କା ଲାଗିଛି । ଲାଲୁଙ୍କ...

ନୂଆଦିଲ୍ଲୀ,୧୩।୧: ଏଥର ଦୀପାବଳିରେ ପ୍ରାଇଭେଟ୍‌ କର୍ମଚାରୀମାନେ କିଛି ଭଲ ଖବର ପାଇବେ ବୋଲି ଆଶା କରାଯାଉଛି। କର୍ମଚାରୀଙ୍କ ଉନ୍ନତି ପାଇଁ ପରିଚାଳିତ କର୍ମଚାରୀ ପେନସନ ଯୋଜନା ଅଧୀନରେ...

ମାନିଲା, ୧୩ା୧୦:୪୮ତମ ମିସେସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ଉତ୍ତରପ୍ରଦେଶର ଗ୍ରେଟର ନଏଡା ନିବାସୀ ଶେରି ସିଂ ଚଳିତ ବର୍ଷର ପ୍ରତିଷ୍ଠିତ ମିସେସ୍‌ ୟୁନିଭର୍ସ ଟାଇଟଲ...

ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ...

ଭୁବନେଶ୍ୱର,୧୩।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ କରାଯାଉଛି। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି।...

error: Content is protected !!