September 11, 2026

Now Odisha

Now Odisha

now odisha

–– ସାଇବର ଠକାଇ ପରି ଏବେ ବିଭିନ୍ନ ମିନି ବ୍ୟାଙ୍କ ଖୋଲି ଗ୍ରାମାଂଚଳ ର ଲୋକ ଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଠକୁ ଥିବାର ଦେଖିବାକୁ ମିଳିଛି । ଧାମନଗର ଥାନା ଗୋବିନ୍ଦପୁର ବଜାରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ଟଙ୍କା ଠକେଇ ନେଇ ରବିବାର ଧାମନଗର ଥାନା ରେ ଅଭିଯୋଗ ହୋଇଛି । ଉକ୍ତ କେନ୍ଦ୍ରର ମାଲିକ ସତ୍ୟବ୍ରତ ନାଥ ଓ ତାଙ୍କ ସ୍ତ୍ରୀ ସୁଧାଂଶୁ ବାଳା ନାଥଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି । ୨ ଟି ଶାଖା କୁ ଗୋଟାଏ ସ୍ଥାନରେ କରି ସତ୍ୟବ୍ରତ ଉଭୟର କାର୍ଯ୍ୟ ବୁଝୁ ଥିବା ବେଳେ ଏହି ଟଙ୍କା ଠକିଛନ୍ତି । ସ୍ଥାନୀୟ କଲ୍ୟାଣୀ ଓ ଗୋବିନ୍ଦପୁର ଗ୍ରାମ ଲୋକେ ଏହି ଠକାମିର ସ୍ୱୀକାର ହୋଇଛନ୍ତି । କଲ୍ୟାଣୀ ଗ୍ରାମର ଗୌରୀ ମହାପାତ୍ର ୫୩ ହାଜର ୭୦୦ ଟଙ୍କା ବ୍ୟାଙ୍କ ଖାତାରେ ରଖିଥିଲେ । ତାଙ୍କ ଅଜଣାତରେ ସବୁ ଟଙ୍କା ଉଠାଇ ନେଇଯାଇଥିଲେ । ଗୌରୀ ଟଙ୍କା ଉଠାଇବାକୁ ଗଲା ପରେ ଖାତାରେ ଟଙ୍କା ନଥିବା ଜାଣିବା ପରେ ପଚାରିବାରୁ ସେ ନେଇଯାଇଥିବା କହିବା ସହ ମୁଁ ପୈଠ କରିଦେବି ବୋଲି କହି ଆଉ ଦେଇନଥିଲେ । ସେହିପରି କନକ ଜେନା ଜଣେ ଶାରୀରିକ ଅସମର୍ଥ, ଯାହାଙ୍କ ଆକାଉଂଟରେ ୫୦ ହଜାର ଟଙ୍କା ଉଠାଇନେଇଛନ୍ତି । ସୁବାସୀନି ସାହୁଙ୍କର ୧୫ ହଜାର, ନିରଞ୍ଜନ ଜେନାଙ୍କ ୪୦ ହଜାର, ମାନସ ରଞ୍ଜନ ପାଢ଼ୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ୪୦ ହଜାର, ରମାକାନ୍ତ ବେହେରାଙ୍କର ୨୦ ହଜାର ଟଙ୍କା ଉଠାଇନେଇଥିବା ଥାନା ରେ ଅଭି ଯୋଗ କରିଚନ୍ତି । ଏହିଭଳି ୩୦ ଲକ୍ଷ ଟଙ୍କା ପାଖାପାଖି ଠକି ଥିବା ଅଭିଯୋଗ କରିଛନ୍ତି । ଗୋବିନ୍ଦପୁର ଗ୍ରାମର ସତ୍ୟବ୍ରତ ନାଥ ଦୀର୍ଘବର୍ଷ ହେଲା ଧୁଷୁରୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏଠାରେ ସିଏସପି ଶାଖା କରିଥିଲେ । ୫ ରୁ ୬ ବର୍ଷ ହେବ ଗ୍ରାହକ ମାନେ ଏହି ସିଏସପି ରେ ଖାତା ଖୋଲି ଟଙ୍କା ଦେଣ ନେଣ କରୁଥିଲେ । ଏହାରି ଭିତରେ ଚଂଚକତା କରି ସତ୍ୟବ୍ରତ ଗ୍ରାହକଙ୍କ ଟଙ୍କା ଉଠାଇ ନିଅନ୍ତି । ଏଭଳି ୫୦ ରୁ ୬୦ ଗ୍ରାହକ ଠକାମିର ସ୍ୱୀକାର ହୋଇଛନ୍ତି । ଘଟଣା ଜଣାପଡିବା ପରେ ପ୍ରାୟ ୮ ମାସ ହେଲା ସିଏସପିର ମାଲିକ ଫେରାର ହୋଇଛନ୍ତି । ଏନେଇ ଗୌରୀ ମହାପାତ୍ର, ଝରଣା ଦାସ, ସୁବାସୀନି ସାହୁ, ମନୋରଞ୍ଜନ ପାଢୀ, ସୁକାନ୍ତି ବେହେରା, ସୁଦାମ ଯେନା, ସଂଯୁକ୍ତା ନାଥ, କାଂଚନ ନାୟକ, ଅନିତା ରାଉତ ପ୍ରମୁଖ ରବିବାର ଧାମନଗର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମିଳିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏବେ ସ୍ୱାମୀ ସ୍ତ୍ରୀ ଫେରାର ଥିବା ବେଳେ ଗ୍ରାହକ ମାନେ ଉକ୍ତ ଶାଖା କୁ ଚାବି ପକାଇ ଦେଇଛନ୍ତି ।

 ଦାରିଙ୍ଗବାଡ଼ି,୨୯ା୯ ସରକାରଙ୍କ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ କରାଯାଉଛି। ବ୍ୟକ୍ତିଗତ ସ୍ତରରେ ଗରିବ ଶ୍ରେଣୀର ଲୋକଙ୍କୁ କଚ୍ଚା ଘରରୁ ପକ୍କା ଘର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ...

 ୱାଶିଂଟନ: ଜଣେ ଭଲ ଜୀବନସାଥୀ ଖୋଜିବା ପାଇଁ ଲୋକେ ପ୍ରାୟତଃ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ବୈବାହିକ ୱେବ୍‌ସାଇଟ୍‌ କିମ୍ବା ଡେଟିଂ ଆପ୍ସଗୁଡ଼ିକୁ ବ୍ୟବହାର କରିଥାନ୍ତି। ନଚେତ୍‌...

 ଭୁବନେଶ୍ୱର,୨୯।୯: ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର...

 ନୂଆଦିଲ୍ଲୀ,୨୯।୯: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବଡ଼ ଧରଣର ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ସୋମବାର ପିଓକେର ଅନେକ ଅଞ୍ଚଳରେ ଆୱାମୀ ଆକ୍ସନ କମିଟି (ଏଏସି) ଆକ୍ରମଣ କରିଛି।...

ଭୁବନେଶ୍ୱର: ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ପରେ ଏବେ ଶିକ୍ଷା ବିଭାଗରେ ଥିବା ଅଧିକାରୀ ଓ କର୍ମଚାରୀ ପାଳି । ଆଗକୁ ଆଉ ଗୋଟିଏ ସ୍ଥାନରେ ୩ ବର୍ଷରୁ...

 ନୂଆଦିଲ୍ଲୀ,୨୮ା୯: ଝିଅମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ଯେ, ‘ଲାଡଲି ଯୋଜନାର’ ପ୍ରାୟ ୪୦୦୦୦ ହିତାଧିକାରୀ ଅକ୍ଟୋବର ୧ରେ ଆକାଉଣ୍ଟକୁ...

ଏହାସହ ଦର୍ଶକ ତାଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିଛନ୍ତି। ଏଭଳି ଏକ ଅଭିନୟ ମାଧ୍ୟମରେ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ଚୟନ କରାଯାଇଛି। ଦିଲଜିତ ଇନଷ୍ଟାଗ୍ରାମରେ ନିଜର...

error: Content is protected !!