ଯୋରନ୍ଦା ମହିମା ଗାଦୀରେ ୨୬୩ ଫୁଟ ଉଚ୍ଚତା ବିଶିଷ୍ଟ ବିରାଟକାୟ ଭବ୍ୟ ମନ୍ଦିର ନିର୍ମାଣ ହେବ।ଏଥିପାଇଁ ୧୭୧ କୋଟି ଟଙ୍କାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।ତା ସହିତ ଯାତ୍ରୀ ନିବାସ, ପୋଖରୀ ଶୌଚାଳୟ ଓ ପାରିପାର୍ଶିକ ଉନ୍ନତି ମୁଳକ କାମ ମଧ୍ୟ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।ଆବଶ୍ୟକ ପଡ଼ିଲେ ସରକାରଙ୍କ ପକ୍ଷରୁ ଆହୁରି ଅଧିକ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ଯୋରନ୍ଦା ମହିମାଗାଦି ର ବିକାଶକୁ ଗୁରୁତ୍ବ ଦେଉଥିବା କୃଷ୍ଣ ପାତ୍ର କହିଛନ୍ତି।ଏହି ପରିପ୍ରେକ୍ଷିରେ କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା, ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ,ହିନ୍ଦୋଳ ବିଧାୟିକା ସିମା ରାଣୀ ନାୟକ, ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଓ ଗୋରକ୍ଷକ ଅଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ବାବା ଅବିନାଶ ଦାସ ବାବା ନିତ୍ୟାନନ୍ଦ ଦାସ ବାବା ରମେଶ ଦାସ ମଧ୍ୟ କାର୍ଯକ୍ରମରେ ଉପସ୍ଥିତ ରହି ସରକାର ମହିମାଗାଦୀର ବିକାଶ ପାଇଁ ନେଇଥିବା ପଦକ୍ଷେପକୁ ସ୍ଵାଗତ କରିବା ସହ ଧନ୍ୟବାଦ ଜଣାଇଥିଲେ।

More Stories
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ
ଡାକ୍ତର ନାହାନ୍ତିକି କର୍ମଚାରୀ ନାହାନ୍ତିପ୍ରାଥମିକ ଚିକିତ୍ସାଳୟରେ ତାଲା, ରୋଗୀ ହନ୍ତସନ୍ତ |
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।