ଭଗବାନ ଶ୍ରୀ ଗୋମତେଶ୍ୱର ବାହୁବଳୀ


କର୍ଣ୍ଣାଟକ ଶ୍ରବଣବେଲଗୋଲାର ବିନ୍ଧ୍ୟଗିରି ପାହାଡ଼ ଉପରେ ଭଗବାନ ଶ୍ରୀ ଗୋମତେଶ୍ୱର ବାହୁବଳୀଙ୍କର ଏହି 57 ଫୁଟ ଉଚ୍ଚ ଗୋଟିଏ ଗ୍ରାନାଇଟ ପଥରରୁ ଖୋଦେଇ ହୋଇ ନିର୍ମାଣ କରାଯାଇଥିବା ଭବ୍ୟ ମୂର୍ତ୍ତି ରହିଛି l ଏହା ଏକକ ଭାବରେ ବିନା କୌଣସି ସପୋର୍ଟରେ ନିର୍ମିତ ଗୋଟିଏ ପଥରରୁ ଖୋଦେଇ ହୋଇଥିବା ବିଶ୍ୱର ସର୍ବ ବୃହତ ମୂର୍ତ୍ତି l ଭଗବାନ ବାହୁବଳୀଙ୍କର ଏହି ଭବ୍ଯ ମୂର୍ତ୍ତିଟି 30 କିମି ଦୂରରୁ ଦେଖାଯାଉଛି lବାହୁବଳୀଙ୍କ ମୂର୍ତ୍ତି ନିର୍ମାଣ ଖ୍ରୀ 981 ରେ ଆରମ୍ଭ ହୋଇ ଖ୍ରୀ 983 ରେ ଶେଷ ହୋଇଥିଲା l ଏହାକୁ ଗଙ୍ଗବଂଶର ସେନାପତି ଚାଁଭୁଣ୍ଡ ରାୟ ନିର୍ମାଣ କରାଇଥିଲେ lଭଗବାନ ବାହୁବଳୀଙ୍କର ପବିତ୍ର ମହାମସ୍ତକାଭିଷେକ ପ୍ରତି 12 ବର୍ଷରେ ଥରେ କରାଯାଏ l ପରବର୍ତ୍ତୀ ଅଭିଷେକ 2030 ମସିହାରେ ହେବ l ପଞ୍ଚାମୃତରେ ମସ୍ତକରୁ ଅଭିଷେକ କରାଯାଇଥାଏ l ଏଠାରେ ଭଗବାନ ବାହୁବଳୀ କାୟୋତ୍ସର୍ଗ ମୁଦ୍ରାରେ ଦଣ୍ଡାୟମାନ, ଯାହାକି ଜୈନଧର୍ମର ଅନ୍ୟତମ ଶ୍ରେଷ୍ଠ ଉପାସନା ପଦ୍ଧତି।


error: Content is protected !!